ମାଲକାନଗିରି/ଏମଭି ୭୯/କାଲିମେଳା ୨୮/୨: ମୋଟୁ ଠାରେ ପୋଲାଭରମ ପକଳ୍ପ ବିରୋଧରେ ତିନି ରାଜ୍ୟର ପ୍ରକଳ୍ପ ବିରୋଧୀ ସମାବେଶ ଆଜି ଅନୁଷ୍ଠିତ ହୋଇଯାଇଛି। ଆନ୍ଧ୍ର ପ୍ରତି କେନ୍ଦ୍ର ସରକାରଙ୍କ ପ୍ରିୟା ପୋଷଣ ନୀତି ଯୋଗୁଁ ବୁଡିବ ମାଲକାନଗିରି ଜିଲ୍ଲାର ଶତାଧିକ ଗ୍ରାମ । ଆନ୍ଧ୍ରର ବିକାଶ ପାଇଁ ଯଦିଓ ଓଡିଶା ବସି ବିରୋଧ କରୁ ନାହାନ୍ତି କିନ୍ତୁ ଆନ୍ଧ୍ର ବିକାଶ ପାଇଁ ଓଡିଶାର ବିନାଶ କେବେବି ବିଜୁ ଜନତା ଦଳ ସହ୍ୟ କରିବ ନାହି। ପୋଲାଭରମ ପ୍ରକଳ୍ପ ଯୋଗୁଁ ଓଡିଶାର ମାଲକାନଗିରି ଜିଲ୍ଲାର ଅନେକ ଗ୍ରାମ ଜଳମଗ୍ନ ହେବାର ଭୟ ରହିଥିବା ବେଳେ କେନ୍ଦ୍ରର ବିଜେପି ସରକାର ଏହି ପ୍ରକଳ୍ପକୁ ଜାତୀୟ ପ୍ରକଳ୍ପର ମାନ୍ୟତା ଦେବା ସହ ଅହେତୁକ ଅନୁକମ୍ପା ଦେଇ କୋଟି କୋଟି ଟଙ୍କା ପ୍ରଦାନ କରିବା ଏବଂ ମାଲକାନଗିରି ଜିଲ୍ଲାରେ ହେବାକୁ ଥିବା କ୍ଷୟକ୍ଷତିର ଆକଳନ ନକରିବା ଅତ୍ୟନ୍ତ ଦୁଖ ଦାୟକ ଅଟେ । ଏଣୁ ଏହି ପ୍ରକଳ୍ପ ଯୋଗୁଁ ଓଡିଶା, ଛତିଶଗଡ ଓ ତେଲେଙ୍ଗନାର ହେବାକୁ ଥିବା କ୍ଷୟକ୍ଷତିର ଆକଳନ ସହ ସେଠାକାର ଲୋକଙ୍କୁ ନ୍ୟାୟ ଦେବା ଦାବିରେ ଗର୍ଜିଛି ପୋଲାଭରମ ପ୍ରକଳ୍ପ ପ୍ରତିବାଦ ମଞ୍ଚ ।
ଆଜି ଏହି କ୍ରମରେ ପୋଲାଭରମ ପ୍ରକଳ୍ପ ଯୋଗୁଁ ବିଶେଷ ରୂପେ କ୍ଷତିଗ୍ରସ୍ତ ହେବାକୁ ଥିବା ମୋଟୁ ଠାରେ ମଞ୍ଚ ପକ୍ଷରୁ ଏକ ବିକ୍ଷୋଭ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ମାଲକାନଗିରି ଜିଲ୍ଲା ମୋଟୁ ଠାରେ ପୋଲାଭରମ ପ୍ରକଳ୍ପ ପ୍ରତିବାଦ ମଞ୍ଚର ଆହ୍ୱାନରେ ଏହି ବିଶାଳ ଗଣ ସମ୍ମିଳନୀ ଓ ବିକ୍ଷୋଭ କାର୍ଯ୍ୟକ୍ରମରେ ବିଜୁ ଜନତା ଦଳ, ଆମ ଆଦମୀ ପାର୍ଟି ସହ ଅନେକ ସଙ୍ଗଠନ ଓ ଦଳ ଏବଂ ପୋଲାଭରମ ମିଳିତ କ୍ରିୟାନୁଷ୍ଠାନ କମିଟି ମଧ୍ୟ ସାମିଲ ହୋଇଥିବା ବେଳେ ତେଲେଙ୍ଗନା, ଛତିଶଗଡ ଏବଂ ଓଡିଶାର ପ୍ରାୟ ୫୦୦୦ରୁ ଊର୍ଦ୍ଧ୍ଵ ଲୋକେ ଯୋଗ ଦେଇଥିଲେ।
ଏହି ଅବସରରେ ଏକ ବିଶାଳ କଳସ ଶୋଭାଯାତ୍ରାର ଆୟୋଜନ କରାଯାଇଥିବା ବେଳେ ଶତାଧିକ ମହିଳା କଳସରେ ମୋଟୁ ସ୍ଥିତ ମୁଗି ପଏଣ୍ଟରୁ ଜଳ ସଂଗ୍ରହ କରି ସଭା ସ୍ଥଳରେ ଆଣି ସ୍ଥାପନ କରିଥିଲେ। ଏହି ବିଶାଳ ସମାବେଶରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଭରଚୁଆଲ ଭାବେ ଲୋକଙ୍କୁ ଉଦବୋଧନ ଦେଇ ଲୋକଙ୍କ ହକ ଓ ଭିଟାମାଟି ପାଇଁ ବିଜୁ ଜନତା ଦଳ ନିଜର ଲଢେଇ ଜାରି ରଖିବ ବୋଲି ପ୍ରକାଶ କରିଥିଲେ। ଏହି ପ୍ରକଳ୍ପ ଆନ୍ଧ୍ରପ୍ରଦେଶର ହୋଇଥିବା ବେଳେ ଏହା ଆନ୍ଧ୍ର ପାଇଁ ଅନେକ ବିକାଶ ଆଣିବ। ହେଲେ ଆନ୍ଧ୍ରର ଏହି ପ୍ରକଳ୍ପ ପାଇଁ ମାଲକାନଗିରି ଜିଲ୍ଲା ଅନେକ ଗ୍ରାମ ଓ ସ୍ଥାନ ନିଜର ଅସ୍ତିତ୍ବ ହରାଇବ । ସହ ସହ ଲୋକେ ନିଜର ଭିଟାମାଟି ହରାଇବେ। ଆନ୍ଧ୍ର କୁ ବଞ୍ଚାଇ ଓଡିଶା କୁ ମାରଣ ନୀତି ଆପଣେଇ ଥିବା ବିଜେପି ସରକାରକୁ ଲୋକେ ଜବାବ ଦେବେ। ପୋଲାଭରମ ପ୍ରକଳ୍ପକୁ କେନ୍ଦ୍ର ସରକାର କୋଟି କୋଟି ଟଙ୍କାର ଅନୁଦାନ ସହ ଏହାକୁ ଜାତୀୟ ପ୍ରକଳ୍ପର ମାନ୍ୟତା ଦେଇଥିବା ବେଳେ ମାଲକାନଗିରି ଜିଲ୍ଲାରେ ଏହି ପ୍ରକଳ୍ପ ଯୋଗୁଁ ହେବାକୁ ଥିବା କ୍ଷୟକ୍ଷତିର ଆକଳନ ମଧ୍ୟ ବିଜେପି ସରକାର କରିବା ଦିଗରେ ପଦକ୍ଷେପ ନେଉ ନାହିଁ ବୋଲି ଶ୍ରୀ ପଟ୍ଟନାୟକ ପ୍ରକାଶ କରିଛନ୍ତି। ପୂର୍ବରୁ ଏନେଇ ବିଜୁ ଜନତା ଦଳ ପକ୍ଷରୁ ପୋଲାଭରମକୁ ଵିରୋଧ କରି ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଥିଲା। ତେବେ ବର୍ତ୍ତମାନ ଏହି ମାମଲା ମଧ୍ୟ ବିଚରା ଧୀନ ଥିବା ବେଳେ କେନ୍ଦ୍ର ସରକାରଙ୍କ ଆନ୍ଧ୍ର ପ୍ରୀତି ମାଲକାନଗିରି ଜିଲ୍ଲା ପାଇଁ ଦୁଃଖ ଆଣିବା ସହ ପୋଲାଭରମ କାର୍ଯ୍ୟ ଦୃତ ଗତିରେ ଆଗେଇ ଚାଲିଛି। ତେଣୁ ଆଗକୁ ପୋଲାଭରମର ଉଚ୍ଚତା କମ ସହ ଏହି ପ୍ରକଳ୍ପ ଯୋଗୁଁ ହେବାକୁ ଥିବା କ୍ଷୟକ୍ଷତି ର ଆକଳନ କରି ତ୍ୱରିତ ଥଇଥାନ ପଦକ୍ଷେପ ନିଅନ୍ତୁ ବୋଲି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ମତ ପ୍ରକାଶ କରିଥିଲେ।
ତେବେ ଓଡିଶାରେ ବିଜେପି ସରକାର, ଆନ୍ଧ୍ରପ୍ରଦେଶରେ ବିଜେପି ସହଯୋଗୀ ଓ ଛତିଶଗଡରେ ବିଜେପି ସରକାର ଅଛି। ସେହିପରି କେନ୍ଦ୍ରରେ ବିଜେପି ସରକାର ଥାଇ ଯଦି ପୋଲାଭରମ୍ ପ୍ରକଳ୍ପ ସମସ୍ୟାର ସମାଧାନ ନହେବ ତେବେ ଏହି ସମସ୍ୟାର ସମାଧାନ କିଏ କରିବ ବୋଲି ପ୍ରଶ୍ନ କରିଛି ପୋଲାଭରମ କ୍ରିୟାନୁଷ୍ଠାନ କମିଟି । ସୂଚନା ଥାଉକି ପୋଲାଭରମ ପ୍ରକଳ୍ପକୁ ଆରମ୍ଭରୁ ହିନ ବିଜୁ ଜନତା ଦଳ ଏବଂ ସ୍ଥାନୀୟ ସଙ୍ଗଠନ ସହ ମାଲକାନଗିରିବାସୀ ବିରୋଧ କରି ଆସୁଛନ୍ତି। ଗୋଟିଏ ପ୍ରକଳ୍ପ ମାଲକାନଗିରି ଜିଲ୍ଲାରେ ପ୍ରତି ବର୍ଷ ବନ୍ୟା ପରିସ୍ଥିତି ଆଣିବା ସହ ହଜାର ହଜାର ଲୋକଙ୍କ ପାଇଁ ଦୁଖର କାରଣ ପାଲଟିଛି। ପ୍ରକଳ୍ପ ପୂର୍ଣ ରୂପେ କାର୍ଯ୍ୟକ୍ଷମ ହେବା ପୂର୍ବରୁ ବର୍ଷା ଦିନେ ମାଲକାନଗିଇର ଜିଲ୍ଲାର ଅନେକ ଗ୍ରାମ ଜଳ ମଗ୍ନ ହେଉଥିବା ବେଳେ ପ୍ରକଳ୍ପ ସେସ ହେଲେ ଜିଲ୍ଲାର ଅନେକ ଗ୍ରାମ ସବୁଦିନ ପାଇଁ ଜଳ ମଗ୍ନ ହୋଇଯିବ ବୋଲି ଆଶଙ୍କା ରହିଛି। ଯାହାକୁ ନେଇ ଆନ୍ଧ୍ର ସରକାରଙ୍କ ଏହି ପୋଲାଭରମ ପ୍ରକଳ୍ପକୁ ନେଇ ଉଦବେଗ ପ୍ରକାଶ କରିଛି ବିଜୁ ଜନତା ଦଳ। ଏହି ପ୍ରକଳ୍ପ ହେଲେ ଓଡିଶାର ମାଲକାନଗିରି ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ହେବାର ଅନୁମାନ କରାଯାଉଛି। ଏହି ପ୍ରକଳ୍ପ ଯୋଗୁଁ ଜିଲ୍ଲାରେ ପ୍ରବାହିତ ହେଉଥିବା ସିଲେରୁ ଓ ସବେରୀ ନଦୀରେ ପଛୁଆ ଜଳ ଆସି ମୋଟୁ ଅଞ୍ଚଳରେ ବିଗତ ଦିନରେ ଅନେକ କ୍ଷୟକ୍ଷତି ହେଉଥିବା ବେଳେ ସିଲେରୁ ଓ ସାବେରୀ ନଦୀର ଜଳ ନିଷ୍କାସନ ସଠିକ ଭାବେ ନହୋଇ ନଦୀର ଜଳ ସ୍ତର ବୃଦ୍ଧି ପାଇ ବନ୍ୟା ଆଶଙ୍କାରେ ଅଞ୍ଚଳବାସୀ ରହୁଛନ୍ତି। ବର୍ତ୍ତମାନ ଓଡ଼ିଶା ଛତିଶଗଡ ଓ ଆନ୍ଧ୍ରରେ ଏନଡିଏ ସରକାର ରହିଥିବା ବେଳେ ଚଳିତ ବଜେଟରେ ପୋଲାଭରମ ପ୍ରକଳ୍ପ ପାଇଁ ଅର୍ଥ ମଞ୍ଜୁର ସହ କାମ ଶେଷ କରିବାକୁ କହିଛି କେନ୍ଦ୍ର।
ପ୍ରକଳ୍ପ ଶେଷ ହେଲେ କଣ ସ୍ଥିତି ହେବ ତାହାକୁ ନେଇ ସନ୍ଧେହରେ ଅଛନ୍ତି ମୋଟୁ ଅଞ୍ଚଳ ବାସୀ। ଆଜିର ଏହି ମହା ସମାବେଶରେ ବିଜୁ ଜନତା ଦଳର ବରିଷ୍ଠ ନେତା ଦେବୀ ପ୍ରସାଦ ମିଶ୍ର, ଭୃଗୁ ବକ୍ସି ପାତ୍ର, ବିଧାୟକ ମନୋହର ରନ୍ଧାରି, ପ୍ରଦୀପ ମାଝୀ, ରମେଶ ମାଝୀ, ପଦ୍ମିନୀ ଦିଆନ, ରବି ନାରାୟଣ ନନ୍ଦ, ଇଶ୍ଵର ପାଣିଗ୍ରାହୀ, ମାଲକାନଗିରି ଜିଲ୍ଲା ବିଜୁ ଜନତା ଦଳର ସଭାପତି ମାନସ ମାଡକାମୀ, ଆଡମା ରାବା, ମୁକୁନ୍ଦ ସୋଡି, ଦୂର୍ଗା ପ୍ରସାଦ ତ୍ରିପାଠୀ, ରାଜେନ୍ଦ୍ର ପଣ୍ଡା, ଲକ୍ଷ୍ମୀ ପ୍ରିୟା ନାୟକ ପ୍ରମୁଖଙ୍କ ସହ ଅଭିଭକ୍ତ କୋରାପୁଟ ଜିଲ୍ଲାର ବହୁ ଦଳୀୟ ନେତା, କର୍ମୀ ଯୋଗ ଦେଇଥିଲେ। ସେହିପରି ସ୍ଥାନୀୟ ଅଞ୍ଚଳର ବିଭିନ୍ନ ସଙ୍ଗଠନର ନେତା ପ୍ରଭାକର ହନ୍ତାଳ, ଘନଶ୍ୟାମ ମାଡକାମୀ, ଆଦିବାସୀ ମହାସଂଘର ନେତୃ ମଣ୍ଡଳୀ ପ୍ରମୁଖ ମଧ୍ୟ ଉପସ୍ଥିତ ରହି ଏହି ସଭା କୁ ସମର୍ଥନ ଜଣାଇଥିଲେ।
.